ମନି ଲଣ୍ଡରିଂ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମିଳିଛି ଜାମିନ । ଅଗଷ୍ଟ ୧ରେ ଗିରଫ ହୋଇଥିଲେ ସଞ୍ଜୟ ରାଉତ । ତିନି ମାସ ପରେ ମୁକୁଳିଛନ୍ତି ଶିବସେନା ନେତା । ପାତ୍ରାଚଂଳ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।୧୦୩୯ କୋଟି ଟଙ୍କାର ଏହି ପାତ୍ରାଞ୍ଚଳ ଜମି ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ମାମଲାରେ ତଦନ୍ତ କରୁଥିବା ଇଡି ତରଫରୁ ପ୍ରଥମ ସଂଜୟ ରାଉତଙ୍କ ବାସଭବନରେ ଚଢାଉ କରାଯାଇଥିଲା । ସେହି ଚଢାଉଦିନ ଶେଷ ମୁହୁତ୍ୱରେ ସଂଜୟଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉ ବେଳେ ସଂଜୟଙ୍କ ବାସଭବନରୁ ୧୧.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ସଂଜୟ ରାଉତଙ୍କ ସମେତ ଏହି ମାମଲାରେ ଅଭିଯୁକ୍ତଭାବେ ଜେଲରେ ଥିବା ପ୍ରବୀଣ ରାଉତଙ୍କୁ ବି ଜାମିନ ପ୍ରଦାନ କରିଛନ୍ତି ।