682 ଜଣଙ୍କ ଲିଙ୍ଗ ପରିବର୍ତ୍ତନ କରି ଚର୍ଚ୍ଚା ଘେରକୁ ଆସିଛନ୍ତି ବେଙ୍ଗାଲୁରୁର ଜଣେ ମହିଳା ଡାକ୍ତର. ତେବେ ଏତେ ଲୋକଙ୍କ ଲିଙ୍ଗ ପରିବର୍ତ୍ତନକୁ ନେଇ ପୋଲିସ ଖୋଳତାଡ କରିବା ଆରମ୍ଭ କରିଛି. ଲିଙ୍ଗ ପରିବର୍ତ୍ତନ ପଛରେ କାମ କରୁଛି ରାକେଟ୍. କମ୍ ବୟସର ପିଲାଙ୍କୁ ଅପହରଣ କରି ହି଼ଂଜିଡାମାନେ ସେମାନଙ୍କ ଗୋଷ୍ଠୀରେ ସାମିଲ କରୁଥିବା ଭଳି ତଥ୍ୟ ମିଳିବା ପରେ ବେଙ୍ଗାଲୁର ପୋଲିସ ତଦନ୍ତ ଆରମ୍ଭ କରିଛି. ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଗତ ଫେବୃଆରୀ ମାସରେ ସହରରେ ରହୁଥିବା ଜଣେ ଜେଜେମା ତାଙ୍କ ଷୋହଳ ବର୍ଷର ନାତି ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ. ଅକ୍ଟୋବର ମାସରେ ନିଖୋଜ ବାଳକ ମହିଳାଙ୍କ ପୋଷାକ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା. ଲୋକେ ତାଙ୍କ ପରିବାର ଓ ପୋଲିସକୁ ଖବର ଦେବା ପରେ ପୁରା ଘଟଣା ପଦାକୁ ଆସିଥିଲା. ପୋଲିସ ତଦନ୍ତରୁ ଜଣାପଡିଥିଲା, ନିକୋଜ ବାଳକକୁ ଅପହରଣ କରି ହିଂଜିଡାମାନେ ଭିକ୍ଷା ବୃତ୍ତିରେ ଲଗାଇଥିଲେ. ଗତ ଜୁନ ମାସରେ ଜଣେ ହିଂଜିଡା ନିଖୋଜ ବାଳକ ନାଁରେ ଏକ ମିଥ୍ୟା ସତ୍ୟପାଠ ପ୍ରସ୍ତୁତ କରିଥିଲେ. ଯେଉଁଥିରେ ତାର ବୟସ 19 ଏବଂ ସେ ନିଜ ଇଚ୍ଛାରେ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି ଲେଖାଥିଲା. ହିଂଜିଡାଙ୍କ ଏଭଳି କାମରେ ସାହାଯ୍ୟ କରୁଥିଲେ ଜଣେ ମହିଳା ଡାକ୍ତର. ପ୍ରତ୍ୟେକ ଲିଙ୍ଗ ପରିବର୍ତ୍ତନ ଅପରେସନ ପାଇଁ ସେ ଏକ ଲକ୍ଷ ପଚିଶ ହଜାର ଟଙ୍କା ନେଉଥିଲେ. ଏହି ରାକେଟରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ 8 ଜଣଙ୍କୁ ଗିରଫ କରିଥିବା ବେଳେ ମହିଳା ଡାକ୍ତରଙ୍କୁ ହେପାଜତକୁ ନେଇ ତଦନ୍ତ ଚାଲୁ ରଖିଛି.

LEAVE A REPLY

Please enter your comment!
Please enter your name here