ବାରମ୍ବାର ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବାନିତ୍ୱ କରିଛନ୍ତି ଓଡିଆ. ସେ ଖେଳ ହେଉ କିମ୍ବା କୌଣସି ପ୍ରକାର ରିୟଲିଟି ଶୋ. ସବୁ କ୍ଷେତ୍ରରେ ଓଡିଆ ପିଲା ନିଜର କଳା ପ୍ରଦର୍ଶନ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି. ଏହି ପରିପ୍ରେକ୍ଷୀରେ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ମିସେସ ସେଣ୍ଟ୍ରାଲ ପାସିଫିକ ଏସିଆ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଜଣେ ଓଡିଆ. ଯାହାର ନାଁ ଅମିତା ପଣ୍ଡା. ଅମିତା ହେଉଛନ୍ତି ଭୁବନେଶ୍ୱରସ୍ଥିତ ହୃଦରୋଗୀ ଡାକ୍ତର ପ୍ରଭଞ୍ଜନ ମହାପାତ୍ରଙ୍କ ପତ୍ନୀ. ଏହାଛଡା ଅମିତା ମିସେସ ୟୁନିଭର୍ସ-2019କୁ ମଧ୍ୟ ଭାରତରୁ ପ୍ରତିନିଧିତ୍ୱ କରିବେ. ବୃତ୍ତିରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଅମିତା ହେଉଛନ୍ତି ମିସେସ ଇଣ୍ଡିଆ ଗ୍ୟାଲାକ୍ସି 2018ର ବିଜେତା.

LEAVE A REPLY

Please enter your comment!
Please enter your name here