ପରିବେଶକୁ ସୁରକ୍ଷା ଦେବା  ଓ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ଓଡିଶାରେ ଆଠ ଦିବସୀୟ ‘ଇକୋ ପଦଯାତ୍ରା’ ଆରମ୍ଭ କରିଥିବା ବୌଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ନବୀନ ପଟ୍ଟନାୟକ ସେମାନଙ୍କୁ ଭେଟି ଉତ୍ସୁକ ଥିବା ପ୍ରକାଶ କରିଛନ୍ତି. ଏହାଛଡା ସେମାନଙ୍କ ଭିତରେ ଥିବା ପବିତ୍ରତାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଖୁସି ଥିବା ବ୍ୟକ୍ତ କରିଛନ୍ତି. ଏହାପରେ କଳା ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ସଞ୍ଜୟ ମହାନ୍ତିଙ୍କ ସହ ଗ୍ୟାଲୱାଙ୍ଗ୍ ଦୃକ୍ପା, ଦୃକ୍ପା ଥୁକ୍ସେ ରିନପୋଚେ ଓ ଲ୍ୟାନି ଦୀପମ୍ ଓଡିଶାର ବୁଦ୍ଧିଷ୍ଟ ପର୍ଯ୍ୟଟନସ୍ଥଳକୁ ‘ଇକୋ ପଦଯାତ୍ରା’ ଦ୍ୱାରା ପରିଦର୍ଶନ କରିଛନ୍ତି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ  ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେବା ଓ ଲୋକମାନଙ୍କୁ ଜାଗୃତ କରାଇବା ପାଇଁ ସେମାନେ ଆରମ୍ଭ କରିଛନ୍ତି ଏକ ଆଠ ଦିବସୀୟ ‘ଇକୋ ପଦଯାତ୍ରା’. ଏହାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ.

LEAVE A REPLY

Please enter your comment!
Please enter your name here