2019 ମସିହା ଡିସେମ୍ବର ସୁଦ୍ଧା ଭାରତକୁ 10 ଲକ୍ଷ ୱାଇଫାଇ ହଟସ୍ପଟ ଯୋଗାଇଦିଆଯିବ ବୋଲି ଘୋଷଣା କରିଛନ୍ତି ଦୂରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା. ଗୁରୁଗ୍ରାମର ଏରୋସିଟିରେ ସେ ଭାରତ ମୋବାଇଲ କଂଗ୍ରେସ ମାଧ୍ୟମରେ ଏହା ଘୋଷଣା କରିଛନ୍ତି. ଆରମ୍ଭ ହେବାକୁ ଥିବା ଏହି ପ୍ରୋଜେକ୍ଟର ନା ରହିଛି ‘ଭାରତ ୱାଇଫାଇ’. ଏହା ହେଉଛି ଦେଶର ଏକ ମିଲିୟନ ୱାଇଫାଇ ହଟସ୍ପଟର ଏକ ବଡ ଇଣ୍ଟର ଅପରେବଲ ପ୍ଲାଟଫର୍ମ, ଯାହାକୁ ଟେଲିକମ ସର୍ଭିସ ପ୍ରୋଭାଇଡର, ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର, ଓ ଭର୍ଚ୍ୟୁଆଲ ନେଟୱାର୍କ ଦ୍ୱାରା ପରିଚାଳନା କରାଯିବ. ଏହା ଦ୍ୱାରା ଇଣ୍ଟଟରନେଟ ଉପଭୋକ୍ତାମାନେ ଏହାର ସୁବିଧା ପାଇପାରିବେ. ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସିହ୍ନାଙ୍କ ଛଡା 5000ଜଣ ପ୍ରତିନିଧି ଯୋଗ ଦେଇଥିଲେ. ଯାହା ମଧ୍ୟରେ ପଲିସି ମେକର୍ସ, ଆମ୍ବାସାଡର୍ସ, ଓପିନିଅନ ମେକର୍ସ, ଚେଞ୍ଜ୍ ଏଜେଣ୍ଟ୍ସ, ବ୍ୟୁରୋକ୍ରାଟ୍ସ ଓ ଇନଭେଷ୍ଟର୍ସ ସାମିଲ ଥିଲେ.

 

 

 

LEAVE A REPLY

Please enter your comment!
Please enter your name here