ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ପାଣ୍ଠିରୁ ଦୁଇଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିଛନ୍ତି । ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆର୍ଥିକ ସହାୟତା ରାଶି ଚେକ୍ ପ୍ରଦାନ କରିବା ସହ ସେମାନେ ବାସ୍ତବ ଜୀବନରେ ଜଣେ ଜଣେ ହିରୋ ବୋଲି କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ଜୀବନରେ ସଂଘର୍ଷ କରି ବିଜୟୀ ହୋଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଦେଇଥିଲେ । ଉଦ୍ଧାର ହୋଇଥିବା ପାଞ୍ଚଜଣ ଓଡିଆ ଶ୍ରମିକଙ୍କ ମଧ୍ୟରୁ ଚାରିଜଣ ସ୍ରମିକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଉଦ୍ଧାର ଶ୍ରମିକଙ୍କ ଆଣିବା ପାଇଁ ଶ୍ରମମନ୍ତ୍ରୀ ସାରଦା ନାୟକ ଉତ୍ତର କାଶୀ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଚାରିଜଣ ଶ୍ରମିକ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧୀରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା । ଏହି ସ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ ।

LEAVE A REPLY

Please enter your comment!
Please enter your name here