ନାବାଳିକାକୁ ଅସଦାଚରଣ କରିଥିବା ପୋଲିସ ବାବୁଙ୍କୁ ଶେଷରେ ଚିହ୍ନଟ କରାଯାଇଛି. ସେ ହେଉଛନ୍ତି ଆଇଆରବି 9ମ ବାଟାଲିୟନର କନେଷ୍ଟବଲ ଛୁକେଶ ମେହେର. ନୂଆବର୍ଷ ଛୁଟି ପାଇଁ ସେ କୋରାପୁଟରୁ ପୁରୀ ଆସିଥିବା ସୂଚନା ମିଳିଛି. ତେବେ ଚିହ୍ନଟ ପରେ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ବିଭାଗ ପକ୍ଷରୁ ତାକୁ ଚାକିରୀରୁ ନିଲମ୍ବିତ କରାଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟରତ ଥିବା ଛୁକେଶ ନାଁ ରେ ଶନିବାର ଏକ ଅଭିଯୋଗ ଆସିଥିଲା. ଆଉ ଏହି ଅଭିଯୋଗ ଆଣିଥିଲେ ଜଣେ ନାବାଳିକା. ବାପା ମାଙ୍କ ସହ ଦର୍ଶନ କରୁଥିବା ବେଳେ ଛୁକେଶ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା. ଖବର ପାଇବା ପରେ ପୋଲିସ ଏସପି ଘଟଣାର ତଦନ୍ତ ପାଇଁ କହିଥିଲେ ଏବଂ ପ୍ରମାଣ ମିଳିଲେ ଉଚିତ୍ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ.

 

 

LEAVE A REPLY

Please enter your comment!
Please enter your name here