ପୁଣି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ଆସି ନପାରିବାରୁ ଗର୍ଭବତୀକୁ ୪ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକେ । ଏ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି କାଲିମେଳା ବ୍ଲକ କାନ୍ଦିଗୁଡା ଗାଁରେ । ଗାଁରେ ରାମେ ମାଢୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ମାତ୍ର ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଅଧାବାଟରେ କମାରଗୁଡା ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଫଳରେ ଗର୍ଭବତୀଙ୍କୁ ୪ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯର୍୍ୟନ୍ତ ବୋହିନେଇଥିଲେ ପରିବାର ଲୋକେ । ସେଠାରୁ ଆମ୍ବୁଲାନ୍ସ କର୍ମଚାରୀ ଓ ଆଶାର୍କ୍ମୀ ତାଙ୍କୁ ଡାକ୍ତରଖାନା ନେଇଥିଲେ ।

LEAVE A REPLY

Please enter your comment!
Please enter your name here