ଆସୁଛି ଲଘୁଚାପ, ପୁଣି ବର୍ଷିବ । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳ ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ । ୧୮ ତାରିଖ ବେଳକୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆଜି ଏବଂ ଆସନ୍ତାକାଲି କିଛି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ଜୁନ୧ରୁ ଏପର୍ଯ୍ୟନ୍ତ ମୌସୁମୀ ସିଜିନରେ ରାଜ୍ୟରେ ୧ହଜାର ୫୮ ଦଶମିକ ୨ ମିଲିମିଟର ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here