ଆସନ୍ତାକାଲି ଅର୍ଥାତ୍ ରବିବାର ସକାଳେ ଶେଷ ହେଉଛି ଜୁଲାଇ ଗାଇଡଲାଇନ୍ । କଣ ହେବ ଅଗଷ୍ଟ ଗାଇଡଲାଇନ୍ । ସମ୍ପୂର୍ଣ୍ଣ ଅନଲକ ହେବ ନା ଆଉ କିଛି କଟକଣା ଲଗାଇବେ ସରକାର । ତା ଉପରେ ଏବେ ସମସ୍ତଙ୍କ ନଜର । ଆଜି ଆସିବ ଅଗଷ୍ଟ ଗାଇଡଲାଇନ୍ । ଅଗଷ୍ଟ ଗାଇଡଲାଇନ୍ ନେଇ ୩ଟା ୩୦ରେ ପ୍ରଦୀପ ଜେନା ଉଦବୋଧନ ଦେବେ । ରାଜ୍ୟବାସୀଙ୍କୁ ଜଣାଇବେ କଣ ରହିବ ଅଗଷ୍ଟ ଗାଇଡଲାଇନ୍ । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ୱର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯିବ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍‌ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ ।
ଅନ୍ୟପକ୍ଷରେ ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି ସର୍ଭିଲାନ୍ସକୁ ଅଧିକ ତ୍ୱରାନ୍ୱିତ କରାଯିବ । ଯଦିଓ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବଢି ନାହିଁ । ପ୍ରତ୍ୟେକ ଦିନ ତଳ-ଉପର ହେଉଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । କଟକ,ଖୋର୍ଦ୍ଧା ଓ ଜଗତସିଂହପୁର ଭଳି ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । କେରଳରେ ସଂକ୍ରମଣ ସଂଖ୍ୟା ବଢିବା ଆମ ପାଇଁ ସତର୍କ ଘଣ୍ଟି । ପ୍ରତି ପାଣ୍ଡେମିକରେ ଲହର ଆସେ ମାତ୍ର ଏହି ପାଣ୍ଡେମିକରେ ମ୍ୟୁଟାଣ୍ଟ ହେଉଥିବାରୁ ଲହର ପ୍ରଭାବ ଯେତେ କମ ପଡ଼ିବା କଥା ହେଉନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

LEAVE A REPLY

Please enter your comment!
Please enter your name here