ଆଜି ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ । ରାଜ୍ୟର ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫଲାଇନ ଏଣ୍ଟ୍ରାସ ହେବ । ଏଥିଲାଗି ୨୯,୯୦୦ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ୨ଟି ସିଟିଂରେ ହେବ ଏଣ୍ଟ୍ରାସ । ମେ ୧୨ରେ ହେବାକୁ ଥିବା ପରୀକ୍ଷା ବାତ୍ୟା ଫନି ପାଇଁ ବାତିଲ କରାଯାଇଥିଲା । ଏହି ପରୀକ୍ଷା ପାଇଁ ରାଜ୍ୟର ୨୦ଟି ସହରରେ ୫୩ଟି ସେଣ୍ଟର ରହିଛି । ଅଫଲାଇନ ପ୍ରକ୍ରିୟାରେ ଏହି ପରୀକ୍ଷା କରାଯାଉଛି । ପୂରୁଣା ଆଡ଼ମିଟ କାର୍ଡ଼ରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପରୀକ୍ଷା ସୁରୁଖୁରରେ ହେବାପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପରୀକ୍ଷା ହଲ ମଧ୍ୟକୁ କୈାଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେବାକୁ ମନାକରାଯାଇଛି

LEAVE A REPLY

Please enter your comment!
Please enter your name here