ଆପାର୍ଟମେଣ୍ଟର କାର ପାର୍କିଂରେ ନିଆଁ । ଭୁବନେଶ୍ୱର ଝାରପଡା ଜଗନ୍ନାଥ ନଗରରେ ନିଆଁ ଲାଗି ଜଳିଯାଇଛି ୭ଟି ଗାଡି । ବିଳମ୍ବିତ ରାତିରେ ହେରିଟେଜ ବିଲ୍ଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର ଓ ୫ଟି ବାଇକ ଜଳିଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣା ପରେ ସନେ୍ଦହ ଘେରରେ ରହିଛି ଆପାର୍ଟମେଣ୍ଟର ସିକୁ୍ୟରିଟି ଗାର୍ଡର ଭୂମିକା । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତନାଘନା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here