ମାଲକାନଗିରିରେ ମାଓ ହିଂସା । ପଞ୍ଚାୟତ ଅଫିସକୁ ଉଡାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରପାଲି ପଞ୍ଚାୟତ ଅଫିସକୁ ଉଡାଇଦେଇଛନ୍ତି ମାଓବାଦୀ । ଗତ ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡାଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଁଞ୍ଚିନାହିଁ । ବିସ୍ଫୋରଣରେ ମୃତାହତ କି କ୍ଷୟକ୍ଷତି ସମ୍ପର୍କରେ ସୁଚନା ମିଳିନାହିଁ । ଘଟଣାସ୍ଥଳରେ ମାଓବାଦୀମାନେ ଏକ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here