ମାଲକାନଗିରି ଜିଲ୍ଲା ବସ ଷ୍ଟାଣ୍ଡରେ ଦୁଇ ଜଣ ଛୋଟ ଝିଅଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ. ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦୁଇ ଝିଅଙ୍କୁ କିଏ ଛାଡି ଚାଲିଯାଇଥିବା ସୂଚନା ମିଳିଛି. କିଛି ସମୟ ପରେ ସେମାନେ ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ବସ ଷ୍ଟାଣ୍ଡରେ ଥିବା ଆଶ୍ରୟସ୍ଥଳୀର କର୍ମଚାରୀମାନେ ସେ ଦୁହିଁଙ୍କୁ ଦେଖିଥିଲେ. ପରେ ନିଜ ପାଖରେ ସେମାନଙ୍କୁ ଆଶ୍ରୟ ଦେବା ପରେ ସକାଳୁ ଚାଇଲ୍ଡ ଲାଇନ ଟିମକୁ ଏ ସଂକ୍ରାନ୍ତରେ ଜଣାଇଥିଲେ. ପରେ ଚାଇଲ୍ଡ ଲାଇନର କର୍ମଚାରୀମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ.

LEAVE A REPLY

Please enter your comment!
Please enter your name here