ଲକଡାଉନରେ ରୋଜଗାର ତ ଏକ ପ୍ରକାର ଠପ୍ ହୋଇଯାଇଛି । ତା ଉପରେ ଏବେ ମହଙ୍ଗା ମାଡ । ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଆଜି ସେଞ୍ଚୁରୀ ମାରିଛି ପେଟ୍ରୋଲ । ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟପିଛି । ଲଗାତାରଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଗରୁ ଦେଶର ଅନ୍ୟ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟପିଥିବାବେଳେ ଆଜି ଭୁବନେଶ୍ୱରରେ ମଧ୍ୟ ୧୦୦ ଟପିଛି ପେଟ୍ରୋଲ ଦାମ୍ । ମାଲକାନଗିରିରେ ଆଗରୁ ପେଟ୍ରୋଲ ୧୦୦ ପାର୍ କରିଥିଲା । ଆଜି ସେଠାରେ ପେଟ୍ରୋଲ ଦାମ୍ ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଛି । ସେହିପରି ଡିଜେଲ ଦାମ୍ ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ରହିଛି । ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here