ଫେବୃଆରୀ ମାସ ନ ସରୁଣୁ ଭୟଙ୍କର ଭାବେ ବଢିଲାଣି ତାତି । ରାଜଧାନୀ ଭୁବନେଶ୍ବରରେ ତାତି ରେକର୍ଡ ଭାଙ୍ଗିଲାଣି । ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ଚାଳିଶ ଡିଗ୍ରୀ ଡେଇଁସାରିଥିବା ବେଳେ ଆଗାମୀ ପାଞ୍ଚଦିନ ଯାଏଁ ତାତିର ପ୍ରକୋପ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଅନୁଗୁଳ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ଦୁଇ ତିନିଦିନ ଭୁବନେଶ୍ବରରେ ତାପମାତ୍ରା ଆହୁରି ବଢିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here