ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ନାଁରେ କୋର୍ଟରେ ଅଭିଯୋଗ କରିଛନ୍ତି ମୟୁଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା । ସେ ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କୋର୍ଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଗତ ଜାନୁୟାର ୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ଧର୍ମେନ୍ଦ୍ର, ରାମଚନ୍ଦ୍ର ହାଁସଦାଙ୍କ ସମ୍ପର୍କରେ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ହାଁସଦା ଜେଲ ଯିବାକୁ ନେଇ ଧର୍ମେନ୍ଦ୍ର ସର୍ବସାଧାରଣରେ ମନ୍ତବ୍ୟ ଦେଇଥିବାରୁ ଶ୍ରୀ ହାଁସଦା ଅସନ୍ତୋଷ ପ୍ରକାଶ କରିଥିଲେ । ଏସମ୍ପର୍କରେ ସେ ଅଭିଯୋଗ କରିବା ପାଇଁ ବାରିପଦା ଟାଉନ୍ ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ଶୁଣିନଥିଲେ । ତେଣୁ ସେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here