ଇଲେକ୍ସନ ଓ ସିଲେକ୍ସନକୁ ନେଇ ରମାଦେବୀ କଲେଜର ଦୁଇ ଛାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା । ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରବା ସହିତ ଧାରଣାରେ ବସିଥିଲେ ରମାଦେବୀ ଛାତ୍ରୀ । ବିକ୍ଷୋଭ ସମୟରେ ଦୁଇ ଛାତ୍ରୀ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଛାତ୍ର ନିର୍ବାଚନ ବାତିଲ ଘୋଷଣା ପରେ ବିରୋଧ କରିଛନ୍ତି ଏବିଭିପି ଛାତ୍ରୀ ଗୋଷ୍ଠୀ । ବିକ୍ଷୋଭ ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଫଟୋ ପୋଷ୍ଟରକୁ ପୋଡି ସିଲେକ୍ସନ ପ୍ରସିଜରକୁ ପ୍ରତିବାଦ କରିଥିବା ବେଳେ ଅନ୍ୟ ଦଳର ଛାତ୍ରୀ ମାନେ ସିଲେକ୍ସନ ଏକ ଭଲ ମାଧ୍ୟମ କହି ଏହି ପ୍ରକ୍ରିୟାକୁ ସ୍ୱାଗତ କରିଛନ୍ତି । ଏବିଭିପି ଛାତ୍ରୀ ଶିକ୍ଷାମନ୍ତ୍ରୀଙ୍କୁ ନିନ୍ଦା ମଧ୍ୟ କରିଛନ୍ତି । କହିଛନ୍ତି ସେ ନିଜେ ଛାତ୍ର ଜୀବନରୁ ରାଜନୀତିରେ କାମ କରି ବର୍ତ୍ତମାନ ଭଲ ପଦବୀରେ ଅଛନ୍ତି । ହେଲେ ଏବେ ସେ ଛାତ୍ର ସଂସଦକୁ ବାତିଲ କରିଛନ୍ତି । ଯାହାକୁ ନେଇ ବିରୋଧ କରାଯାଉଛି । କିନ୍ତୁ ଅନ୍ୟ ଦଳର ଛାତ୍ରୀ ମାନେ କହିବା କଥା ସିଲେକ୍ସନ ପ୍ରକ୍ରିୟା ଦ୍ୱାରା ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଫଳରେ ପାଠପଢା ଭଲରେ ହେବା ସହିତ କଲେଜ ପରିସରରେ କୌଣସି ଗଣ୍ଡଗୋଳ ସୃଷ୍ଟି ହେବ ନାହିଁ । ଏହାକୁ ନେଇ ଉତ୍ୟକ୍ତ ଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇଥିଲେ । ଦୀର୍ଘ ସମୟ ପରେ ପୋଲିସ ଆସି ଉତ୍ୟକ୍ତ ଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ବିକ୍ଷୋଭରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here