ଏପ୍ରିଲ ପହିଲାରୁ ହଲମାର୍କ ନଥିବା ସୁନା ଗହଣା ବିକ୍ରି ହୋଇପାରିବନି । ୬ ସଂଖ୍ୟା ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଂଟିଫିକେସନ ବାଧ୍ୟତାମୂଳକ । ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ମହଙ୍ଗା ହୋଇପାରେ ସୁନା ଗହଣା ।
ସେହିପରି ବିଭିନ୍ନ କମ୍ପାନୀର କାର ଦାମ୍ ମଧ୍ୟ ମହଙ୍ଗା ହେବ । ଏପ୍ରିଲ ୧ରୁ କାର ଦାମ ମହଙ୍ଗା ହେବ ବୋଲି ଘୋଷଣା କରାଯାଇଛି । କଞ୍ଚାମାଲ ଦର ବୃଦ୍ଧି ସହିତ ନୀତି ନିୟମରେ ପରିବର୍ତ୍ତନ ଯୋଗୁଁ ବଢିବ ଦାମ୍ । ଦର ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି ମାରୁତି, ହୋଣ୍ଡା ଓ ଟାଟା ମୋଟର୍ସ ।
ଏପ୍ରିଲ ୧ରୁ ଲାଗୁ ହେବ କେନ୍ଦ୍ର ସରକାରଙ୍କ ନୂଆ ଟକ୍ସ ରିଜିମ୍ । ବଜେଟ୍ ଉପସ୍ଥାପନ ବେଳେ ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ନୂଆ ବ୍ୟବସ୍ଥାରେ ବାର୍ଷିକ ୩ ଲକ୍ଷ ଯାଏଁ ଆୟକାରୀଙ୍କୁ ଦେବାକୁ ପଡିବନି ଟିକସ । ନୂଆ ଟାକ୍ସ ରିଜିମକୁ ଚୟନ କଲେ ବାର୍ଷିକ ୭ ଲକ୍ଷରୁ କମ ଆୟକାରୀଙ୍କୁ ଟିକସ ଛାଡ ।
ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ !
ଏପ୍ରିଲ ୧ରୁ ୟୁପିଆଇ ଟ୍ରାଞ୍ଜାକ୍ସନ(UPI Transaction) ମହଙ୍ଗା ହୋଇପାରେ। ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ୧.୧% ପର୍ଯ୍ୟନ୍ତ ଇଣ୍ଟରଚେଞ୍ଜ ଫି’ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ(Bank Account To Bank Account Based UPI Payments) କୌଣସି ଚାର୍ଜ ଲାଗୁ ହେବ ନାହିଁ।
ସରକାରୀ ତୈଳ କମ୍ପାନୀ ପ୍ରତ୍ୟେକ ମାସର ପହିଲାରେ ପେଟ୍ରୋଲ-ଡିଜେଲଠୁ ଆରମ୍ଭ କରି ଗ୍ୟାସ୍‌ ସିଲିଣ୍ଡର ପର୍ଯ୍ୟନ୍ତ ଦର ଜାରି କରିଥାଏ। ମାର୍ଚ୍ଚରେ ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଥିଲା। ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢି ଥିବାବେଳେ କମର୍ସିଆଲ LPG ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ତେଣୁ ଆସନ୍ତା ମାସ ଅର୍ଥାତ୍‌ ଏପ୍ରିଲରେ ପୁଣି ଗ୍ୟାସ୍‌ ଦର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here