ଏପ୍ରିଲ 28ରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫ୍ ଲାଇନରେ ପରୀକ୍ଷା ଦେବେ । ଖରା ପାଇଁ ଦୈନିକ ଗୋଟିଏ ସିଟିଂରେ ସକାଳ 9ଟାରୁ ପରୀକ୍ଷା କରାଯିବ । ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ପିଲାମାନେ ପରୀକ୍ଷା ଦେବେ । ମୋଟ 3 ଲକ୍ଷ 20 ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେବେ । ନିଜ ଶିକ୍ଷକମାନଙ୍କ ଦ୍ବାରା ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ସେହିପରି ମୂଲ୍ୟାୟନ ଦୁଇଟି ଆଧାର ଭିତ୍ତିରେ କରାଯିବ । ବାର୍ଷିକ ପରୀକ୍ଷାର ମୂଲ୍ୟାୟନ ଅନୁସାରେ ମିଳିଥିବା ନମ୍ବର ଆଧାରରେ ଏବଂ ବାର୍ଷିକ ପରୀକ୍ଷାର 80 ପ୍ରତିଶତ ଏବଂ ବର୍ଷଶେଷ କ୍ବାର୍ଟର ପରୀକ୍ଷାର 20 ପ୍ରତିଶତ । ଯେଉଁ ମୂଲ୍ୟାୟନ ଭିତ୍ତିରେ ଅଧିକ ନମ୍ବର ରହିବ, ତାହା ଚୂଡାନ୍ତ ନମ୍ବର ଭାବେ ଗଣାଯିବ ।

LEAVE A REPLY

Please enter your comment!
Please enter your name here