ପୁଣି ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ପ୍ରେମିକା । ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଏତଲା । ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା ଦାସ । ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବାରୁ ଏହି ଏତଲା ଦାୟର କରିଛନ୍ତି ପ୍ରେମିକା । ବିଧାୟକଙ୍କ ନାଁରେ ଠକେଇ, ପ୍ରତାରଣା ଅଭିଯୋଗ ସେ ଆଣିଛନ୍ତି । ବିଧାୟକଙ୍କ ସମ୍ପର୍କୀୟ ଧମକଚମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ବାହା ହେବାକୁ କଥା ଦେଲେ , ହେଲେ ଆସିଲେନି । ବିବାହ କରିବା ପାଇଁ ଗତ ମାସରେ ସବ-ରେଜିଷ୍ଟ୍ରର ଙ୍କ କାର‌୍ୟ୍ୟଳୟ ରେ ଆବେଦନ କରିଥିଲେ, ଶୁକ୍ରବାର ହୋଇଥାନ୍ତା ବାହାଘର । ପ୍ରେମିକାସୋମାଲିକା ତାଙ୍କ ପରିବାର ସହିତ ଜଗତସିଂହପୁର ଉପ ନିବନ୍ଧକ ଙ୍କ କାର‌୍ୟ୍ୟାଳୟରେ ପହଞ୍ଚିଥିବାବେଳେ ବିଧାୟକ ନା ତାଙ୍କ ପରିବାରଲୋକେ, କାହାର ଦେଖାନଥିଲା । ପ୍ରେମିକା ସୋମାଲିକା ଦାଶ ଏବଂ ତାଙ୍କର ସହଯୋଗୀ ଫେରିଯାଇଥିଲେ । ଆଉ ଆଜି ଥାନାର ପୁଣି ଦ୍ୱାରସ୍ଥ ହୋଇଛି ପ୍ରେମିକା ସୋମାଲିକା ।

LEAVE A REPLY

Please enter your comment!
Please enter your name here