ଖୁବଶୀଘ୍ର ପିପିଲି ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି । ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁତ୍ର ରୁଦ୍ର ଉଭୟ ପ୍ରାର୍ଥୀ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ, ତାହାକୁ ସେମାନେ ମାନିନେବେ ବୋଲି କହିଛନ୍ତି । ଉପନିର୍ବାଚନ ପାଇଁ ବିଜେଡି ମଧ୍ୟ ପ୍ରାର୍ଥୀ ଚୟନ ପାଇଁ ଆନୁଷ୍ଠାନିକ ଭାବେ ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ପ୍ରତାପ ଦେବ ପିପିଲି ଯାଇ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରି ସାରିଛନ୍ତି । କେବଳ ବିଧିବଦ୍ଧ ଭାବେ ଉପନିର୍ବାଚନ ତାରିଖ ଘୋଷଣା ହେଲେ ପ୍ରାର୍ଥୀ ଘୋଷଣା କରାଯିବ । ମିଳିଥିବା ସୂଚନା ଅନୁଯାୟୀ ମହାରଥୀଙ୍କ ପରିବାରରୁ ଦଳ ତାଙ୍କ ପୁଅକୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ତେବେ ଏସବୁ ରାଜନୈତିକ ପ୍ରକ୍ରିୟା ବ୍ୟତୀତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ସରକାର ପିପିଲି ନିର୍ବାଚନମଣ୍ଡଳୀ ପାଇଁ ପ୍ୟାକେଜ ଘୋଷଣା କରିବେ । ଏହା ପୂର୍ବରୁ ଯେତେ ଉପନିର୍ବାଚନ ହୋଇଛି, ତା ପୂର୍ବରୁ ରାଜ୍ୟ ସରକାର ନିର୍ବାଚନମଣ୍ଡଳୀ ବିକାଶ ପାଇଁ ପ୍ୟାକେଜ ଘୋଷଣା କରିଆସିଛନ୍ତି ।

LEAVE A REPLY

Please enter your comment!
Please enter your name here