ନୂଆ ସ୍କ୍ରାପ ପଲିସି ଲାଗୁ ହେଲେ ପୁରୁଣା ଗାଡି ଚଢିବା ମହଙ୍ଗା ପଡିବ । କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ନୂଆ ସ୍କ୍ରାପ ପଲିସି ଅନୁଯାୟୀ, ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡି ଚଢିବାକୁ ଚାହୁଁଥିଲେ ଗାଡି ମାଲିକଙ୍କୁ କମର୍ସିଆଲ ଗାଡିର ଫିଟନେସ ସାର୍ଟିଫିକେଟ ପାଇବା ପାଇଁ 62 ଗୁଣା ଦେୟ ଦେବାକୁ ପଡିବ । ସେହିପରି ରେଜିଷ୍ଟ୍ରେସନ ନବୀକରଣ କରିବାକୁ ହେଲେ 8 ଗୁଣା ଅଧିକ ଦେୟ ଦେବାକୁ ହେବ । ଏହାବ୍ୟତୀତ ରାଜ୍ୟ ସରକାରଙ୍କୁ ଗ୍ରୀନ ଟ୍ୟାକ୍ସ ଓ ରୋଡ ଟ୍ୟାକ୍ସ ବି ଦେବାକୁ ହେବ । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ଭିତରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ସ୍କ୍ରାପ ପଲିସି ଘୋଷଣା କରିବେ । ଏହି ପଲିସି ଅନୁଯାୟୀ 15 ବର୍ଷରୁ ଅଧିକ କମର୍ସିଆଲ ଗାଡିର ଫିଟନେସ ସାର୍ଟିଫିକେଟ ପାଇବା ପାଇଁ ବର୍ତ୍ତମାନ 200 ଟଙ୍କା ଦିଆଯାଉଥିବା ବେଳେ ଏହା ବୃଦ୍ଧି ପାଇ 7500 ଟଙ୍କା ଦେବାକୁ ପଡିବ ଏବଂ ଟ୍ରକ ଭଳି ଭାରି ଯାନ ପାଇଁ 12500 ଟଙ୍କା ଦେବାକୁ ହେବ । ମୋଟର ଭେଇକିଲ ନିୟମ ଅନୁଯାୟୀ, ପୁରୁଣା ଗାଡିର ଫିଟନେସ ସାର୍ଟିଫିକେଟ ପ୍ରତିବର୍ଷ କରିବାକୁ ହେବ । ତେଣୁ ଅଧିକ ଆର୍ଥିକ ବୋଝ ପୁରୁଣା ଗାଡି ମାଲିକଙ୍କୁ ଗାଡି ବଦଳାଇବା ପାଇଁ ବାଧ୍ୟ କରିବ ।

LEAVE A REPLY

Please enter your comment!
Please enter your name here