ଭୁବନେଶ୍ୱରରେ ପହଞ୍ଚିଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା. ପହଞ୍ଚିବା ପରେ ସେ ବିମାନବନ୍ଦର ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି. ତେବେ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଓଡିଶା ଗସ୍ତ ଜାରି ରହିଛି. ଆସନ୍ତା 8 ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଗସ୍ତ କରୁଥିବା ବେଳେ ରବିବାର ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା. ସରକାରୀ କାର୍ଯ୍ୟକ୍ରମ ଓ ଦଳୀୟ କାର୍ଯ୍ୟକ୍ରମରେ ଜୟନ୍ତ ଯୋଗ ଦେବେ ବୋଲି ସୂଚନା ରହିଛି. ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୟ କଟିଆର ମଧ୍ୟ ରବିବାର ଓଡିଶା ଆସୁଛନ୍ତି. ତେବେ ବଲାଙ୍ଗିର, ବରଗଡ ଓ ସମ୍ବଲପୁରରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here