ଟଳିଲେ ଦୁଇ ଆତଙ୍କକବାଦୀ. କଶ୍ମୀର ଘାଟିରେ ଲଗାତର ତୃତୀୟ ଦିନ ପାଇଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି. ଜମ୍ମୁ କଶ୍ମୀରର କୁପୱାଡାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟରେ 5 ଯବାନ ସହିଦ ହୋଇଛନ୍ତି. ସୂଚନା ଅନୁସାରେ, କୂପୱାଡାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା. ଯାହାକୁ ନେଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା. ତେବେ 60 ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଥିବା ବେଳେ ଏବେସୁଦ୍ଧା କେତେ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ. ଆତଙ୍କ ବିରୋଧ ଅଭିଯାନରେ ସାମିଲ ହୋଇଥିବା ଯବାନଙ୍କ ମଧ୍ୟରୁ ସିଆରପିଏଫର 3 ଜଣ ଓ ଜମ୍ମୁ କଶ୍ମୀର ପୋଲିସର ଦୁଇ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here