ଭୁବନେଶ୍ୱର : ଗତକାଲିଠାରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି I ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜୋରଦାର ଚେକିଂ ଚାଲିଛି I ଦୀର୍ଘ 6ମାସର କଣ୍ଟ ସରିଯାଇଛି I ଦୁଇ ଦୁଇ ଥର ମହଲତ ମିଳିବା ପରେ ମଧ୍ୟ ସୁଧୁରି ନାହାନ୍ତି ଗାଡି ଚାଳକ I ଆଜି ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର 2ଟି ବସକୁ ପରିବହନ ବିଭାଗ ସିଜ କରିଛି I ନାଳନ୍ଦା ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିର ଏହି ଦୁଇଟି ବସ ଚେକିଂ ସମୟରେ ସିଆରପି ଛକରେ ଧରାପଡିଥିଲେ I ଫଳରେ ଉଭୟ ଗାଡିର ପ୍ରିନସିପାଲଙ୍କ ନାଁରେ 25ହଜାର 5ଶହ ଟଙ୍କା ଲେଖାଏଁ ଜରିମାନା କଟାଯାଇଛି I ବୈଧ ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନ ଥିବାରୁ ଗାଡିକୁ ଫାଇନ କରାଯାଇଛି I ଗାଡି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନ ଥିବାରୁ 5ହଜାର, ପ୍ରଦୂଷଣ ପାଇଁ 10ହଜାର ଓ ପରମିଟ ନ ଥିବାରୁ 10ହଜାର ଟଙ୍କା ଚାଲାଣ କଟାଯାଇଛି I

LEAVE A REPLY

Please enter your comment!
Please enter your name here