ବୟସର ଅପରାହ୍ନରେ ଭୁତାଣୁକୁ ମାତ୍ ଦେଲେ ବୃଦ୍ଧା । ଆଉ ସମସ୍ତଙ୍କୁ ଜଣାଇଦେଲେ ଭୁତାଣୁକୁ ଡରିବାନି ଲଢିକି ଜିତିବା । ନୟାଗଡ ଜିଲ୍ଲା ନୂଆ ଗାଁ ବ୍ଲକ ମହିପୁରର ସୁମତି ନାୟକ । ବୟସ ୧୦୦ ଟପିଗଲାଣି । ଚଳିତ ମାସ ୫ ତାରିଖରେ ନମୂନା ପରୀକ୍ଷା କରିବାରୁ ସେ ସଙ୍କ୍ରମିତ ହୋଇଥିବା ଜଣାପଡିଥିଲା । ୬ ତାରିଖରେ ତାଙ୍କୁ ଖଣ୍ଡପଡା କରୋନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୃଦ୍ଧା ଜଣଙ୍କ ସଙ୍କ୍ରମିତ ହେବାପରଠୁ ଅମ୍ଳଜାନ ସ୍ତର କମୁଥିଲା । ସେଠାରେ ତାଙ୍କୁ ଅମ୍ଳଜାନ ଦିଆଯିବା ସହ ଡାକ୍ତର ଓ ନର୍ସଙ୍କ ନିଷ୍ଠାପର ସେବା ଯୋଗୁଁ ବୃଦ୍ଧା ଜଣଙ୍କ କରୋନାକୁ ହରାଇବାରେ ସକ୍ଷମ ହୋଇଛନ୍ତି । ୬ଦିନ ଧରି ତାଙ୍କ ଦେହରେ ଅକ୍ସିଜେନ୍ ଲାଗିଥିଲା । ୧୬ରେ ବୃଦ୍ଧା ଜଣଙ୍କ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here