କରୋନାକୁ ନେଇ ଏବେ ବିଶ୍ୱବାସୀ ଆତଙ୍କିତ । କରୋନା ସର୍ମ୍ପକିତ ଟିକେ ଖବର ପାଇଁ ଲୋକେ ଘନଘନ ନ୍ୟୁଜ୍ ପେପର ଏବଂ ସୋସିଆଲ ମିଡିଆରେ ନ୍ୟୁଜ୍ ଦେଖୁଛନ୍ତି । କିନ୍ତୁ ଏହାର ଫାଇଦା ଉଠାଉଛନ୍ତି କିଛି ବ୍ୟକ୍ତି । ଲୋକଙ୍କୁ ଭୂଆଁ ବୁଲେଇବା ଏବଂ ଭୟଭୀତ କରିବା ପାଇଁ କରୁଛନ୍ତି ମିଛ ପ୍ରଚାର । ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରି ଫସିଛନ୍ତି ଜଣେ ଶିକ୍ଷକ । ହ୍ୱାର୍ଟସଆପରେ କରୋନା ସମ୍ପର୍କିତ ମିଛ ଖବର ଭାଇରାଲ କରି ଥାନାକୁ ଯିବାକୁ ପଡିଛି ଯୁବକଙ୍କୁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ କରୋନାରେ ଜଣେ ବ୍ୟକ୍ତି ଆକ୍ରାନ୍ତ ଥିବା ସନ୍ଦେହ ଖବର ହ୍ୱାଟ୍‌ସଆପ ଗ୍ରୁପରେ ଭାଇରାଲ କରିଥିଲେ ଦୁଡୁକେଲ ଗାଁର ବିନ୍ଦୁ ମହାନନ୍ଦ । ସେ ଜଣେ କାର୍ଯ୍ୟରତ ପ୍ରାଥମିକ ସ୍କୁଲ ଶିକ୍ଷକ । ଗାଁର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଘରେ ତାଟି କବାଟ ବନ୍ଦ କରି ରହିଥିବା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଉକ୍ତ ବ୍ୟକ୍ତି ବାଙ୍ଗଲୋରରୁ ଗାଁକୁ ଆସିଥିବା ସେ ପୋଷ୍ଟ କରିଥିଲେ । ତେବେ ଏଭଳି ମିଥ୍ୟା ଖବର ପ୍ରସାରଣ ପରେ ବିନ୍ଦୁ ମହାନନ୍ଦଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିବାକୁ କଳାହାଣ୍ଡି ଏସପି ବି. ଗଙ୍ଗାଧର ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ଆଜି ବିନ୍ଦୁ ମହାନନ୍ଦଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here