୨୦୧୯ ନିର୍ବାଚନ ମହାସମରର ଶେଷ ପର୍ଯ୍ୟାୟ ମତଦାନ ଲାଗି ସରିଛି ପ୍ରଚାର । ଶୁକ୍ରବାର ପ୍ରଚାର ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତରାଖଣ୍ଡ ଗସ୍ତରେ ଯାଇଛନ୍ତି । ସେଠାରେ ପହଞ୍ଚି ପ୍ରଭୁ କେଦାରନାଥଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମୋଦି ଗୁମ୍ପାରେ କିଛି ସମୟ ଧ୍ୟାନରେ ବସିଥିଲେ । ପରେ ପରେ ମନ୍ଦିର ପୁନନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଦି ବଦ୍ରିନାଥ ଯିବେ । ମୋଦିଙ୍କ ଉତରାଖଣ୍ଡ ଗସ୍ତ ନେଇ ସେଠାରେ ସୁରକ୍ଷା କଡାକଡି କରାଯାଇଛି । ନିଜ ନିର୍ବାଚନୀ କ୍ଷେତ୍ର ବାରଣାସୀରେ ଭୋଟିଂ ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ପାଇଁ ମୋଦି କେଦାରନାଥ ଯାଇଥିବା ଚର୍ଚ୍ଚା ଯୋର ଧରିଛି ।
ମୋଦିଙ୍କ ଗସ୍ତ ନେଇ ପ୍ରଧାନନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଅନୁମତି ମଗାଯାଇଥିଲା । ଗସ୍ତ ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଥିଲେ କିନ୍ତୁ ଆଦର୍ଶ ଆଚରଣ ବିଧି ଯେପରି ଉଲ୍ଲଘଂନ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ବାଚନ ଆୟୋଗ କହିଥିଲେ ।

LEAVE A REPLY

Please enter your comment!
Please enter your name here