ଚାଷୀଙ୍କ ଉନ୍ନତିରେ ଦେଶର ଉନ୍ନତି । ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଲେ ସେମାନେ ନିଜ ଜୀବନ ଓ ଜୀବିକାରେ ଉନ୍ନତି ଆଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡା କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ଏହା କହିଛନ୍ତି । କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ । କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି । ମାତ୍ର ସେଥିରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ନାହିଁ । ମୁଁ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି । କିନ୍ତୁ କାଳିଆ ଯୋଜନା ଆଜି ଦେଶ ପାଇଁ ଉଦାହରଣ ପାଲଟିଛି ।

ନିଜ ଅଭିଭାଷଣ ଆରମ୍ଭରେ ଜମ୍ମୁ କାଶ୍ମୀର ପୁଲଓାମାରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦେଶ ସହିଦଙ୍କ ସହିତ ଛିଡା ହୋଇଛି ବୋଲି କହିଥିଲେ ।
ତେବେ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତର ଯୋଜନାରେ, ଚିହ୍ନଟ ହୋଇଥିବା ଭୂମିହୀନ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା କରାଯିବ । ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନାରେ ରାଜ୍ୟର ପ୍ରାୟ ସାଢେ ଚାରି ଲକ୍ଷ ଭୂମିହୀନ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ସେହିପରି ଆସନ୍ତା ୨୨ ତାରିଖରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here