ପ୍ରଥମେ ଭୋଗ ମାଗାଜିନ୍ । ଏବେ ଲୋକପ୍ରିୟ କାର୍ଯ୍ୟକ୍ରମ କୋନ ବେନେଗା କରୋଡପତି । ବିଗ୍ ବିଙ୍କ ସହ ସିଟ୍ ସେଆର କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । କୋଟି କୋଟି ଦର୍ଶକଙ୍କ ପ୍ର୍ରିୟ କାର୍ଯ୍ୟକ୍ରମ କେବିସିରେ ଭାଗ ନେେଇ ଏବେ ଚର୍ଚ୍ଚାରେ ଦୌଡରାଣୀ ଦୂତି । କେବିସିର ହଟ୍ ସିଟ୍ରେ ବସି ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଦୌଡରାଣୀ । ଶୋରେ ଅମିତାଭଙ୍କ ସହ ଅଧଘଣ୍ଟା ଆଲୋଚନା ପରେ ତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ସେଆର କରିଛନ୍ତି ଦୂତି । ଏହା ତାଙ୍କ ଜୀବନର ଅବିସ୍ମରଣୀୟ ମୂହୁର୍ତ୍ତ ବୋଲି କେବିସିରେ ଯୋଗ ଦେବା ପରେ ଦୂତି ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ଭୋଗ ମାଗାଜିନର ପଚ୍ଛଦ ପେଜରେ ସ୍ଥାନ ପାଇଥିଲେ ଦୂତୀ । ଏବଂ ଅନେକ ପ୍ରଶଂସା ମଧ୍ୟ ସାଇଁଟିଥିଲେ । ତେବେ କେବିସିର ଅବସ୍ମରଣୀୟ ମୂହୁର୍ତ୍ତ ବର୍ଣ୍ଣନା କରିଛନ୍ତି ଦୌଡରାଣୀ

LEAVE A REPLY

Please enter your comment!
Please enter your name here