ସୋମବାର ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ସ୍ୱତନ୍ତ୍ର କୋଶଳ ରାଜ୍ୟର ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ବନ୍ଦକୁ ବିଭିନ୍ନ ଜିଲ୍ଲା ଓ ସଂଗଠନ ସମର୍ଥନ ଦେଇଛନ୍ତି। କମିଟି ପକ୍ଷରୁ ସକାଳ ୬ ଟାରୁ ସଂନ୍ଧ୍ୟା୬ଟା ପର୍ଯ୍ୟନ୍ତ ଦୋକାନବଜାର, ଗାଡି ଚଳାଚଳ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି।
ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ଝାରସୁଗୁଡା ସମେତ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ଜିଲ୍ଲାର ସମସ୍ତ ଦୋକାନବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି । ଅନୁଗୋଳ ଜିଲ୍ଲାର ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମହାବନ୍ଦର ଆଂଶିକ ପ୍ରଭାବ ଦେଖାଦେଇଛି। ତେବେ ସମ୍ବଲପୁରରେ ବନ୍ଦର ପ୍ରଭାବ ପଡ଼ିନାହିଁ ।
ଦୀର୍ଘଦିନ ଧରି ପଶ୍ଚିମ ଓଡିଶାକୁ କୋଶଳ ରାଜ୍ୟର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ନ ଥିବାରୁ ଆଜି ଏହି ମହାବନ୍ଦ ଡ଼ାକରା ଦିଆଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here