କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ନିଜ ଦାନ୍ତ ଚିକିତ୍ସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୧ ଘଣ୍ଟା କାଳ ଦାନ୍ତ ଚିକିତ୍ସା ପରେ ହସ୍ପିଟାଲ ଛାଡିଲେ ମୁଖ୍ୟମନ୍ତ୍ରୀ । ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍‌ ହୋଇଥିଲା। ଆଜି ଫିଲିଂ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ କହିଛନ୍ତି,“ ଡିସେମ୍ବର ମାସରେ ଉପର ଦାନ୍ତରେ ରୁଟ୍ କେନାଲ ହୋଇଥିଲା। ଆଜି ଫିଲିଂ କରାଗଲା । ମୁଖ୍ୟମନ୍ତ୍ରୀଙ୍କୁ ନରମାଲ ଖାଦ୍ୟ ଖାଇବାକୁ କୁହାଯାଇଛି। କିଛି ମେଡିସିନ୍‌ ଦିଆଯାଇ ନାହିଁ।”

LEAVE A REPLY

Please enter your comment!
Please enter your name here