କରୋନା ମହାମାରୀ ସମୟରେ ଅନେକ ଗରିବ ଲୋକ ଭୋକ ଉପାସରେ ରହୁଛନ୍ତି । ସେମାନଙ୍କ ନିକଟରେ ନା ପହଁଞ୍ଚି ପାରୁଛି ପ୍ରଶାସନ ନା ସରକାର । କିନ୍ତୁ ଗରିବଙ୍କ ପେଟର ଭୋକ ବୁଝିପାରି ସେମାନଙ୍କ ପାଖରେ ଛିଡା ହୋଇଛନ୍ତି ଗରିବ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ।
ଜଗତସିଂହପୁର ଜିଲ୍ଲା ମୁଳିସିଂହ ଗାଁରେ ଗରିବ ସୁରକ୍ଷା ମଞ୍ଚ ପକ୍ଷରୁ ଗାଁର ଗରିବ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗରିବ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଙ୍କ ସମେତ ସ୍ଥାନୀୟ ଯୁବ ସମାଜସେବୀ ରୂପକ ସିଂହ, ରଞ୍ଜିତ ବେହେରା ପ୍ରମୁଖ ସାମିଲ ହୋଇ ଗରିବ ହିତାଧିକାରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହିତ ମାସ୍କ ଓ ସାବୁନ ଆଦି ବଣ୍ଟନ କରିଛନ୍ତି। ତେବେ କରୋନା ମହାମାରୀ ସମୟରେ ଲୋକଙ୍କ ଆବଶ୍ୟକତା କୁ ମେଣ୍ଟାଉଥିବା ହେତୁ ହିତାଧିକାରୀ ମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଲୋକଙ୍କ ନିକଟରେ ପହଂଚି ଲୋକଙ୍କ ସେବାର ସୁଯୋଗ ପାଇଥିବା ହେତୁ ନିଜକୁ ଧନ୍ୟ ମନେ କରିଛନ୍ତି ଯୁବ ସମାଜସେବୀ।

LEAVE A REPLY

Please enter your comment!
Please enter your name here