ଭୁବନେଶ୍ୱରରେ ‘ଆତ୍ମା’ କରିବ ଟିକେଟ ଚେକିଂ । କରୋନାରୁ ସୁରକ୍ଷିତ ରହିବେ ୁଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟି । ଆତ୍ମା ହେଉଛି ଅଟୋମେଟିକ ଚେକିଂ ଆକ୍ସେସ୍ । କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ୱର ରେଳ ଷ୍ଟେସନ ପକ୍ଷରୁ ଏଭଳି ଏକ ଇଲେକ୍ଟ୍ରୋନିକ ସିଷ୍ଟମ ଲଗାଯାଇଛି । କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରି ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ ତାହା ଏହି ମେସିନର ମୂଳ ଲକ୍ଷ୍ୟ । ଯେଉଁମାନେ ଇ ଟିକେଟ ଧାରୀ ସେମାନଙ୍କ ମୁଖ୍ୟତଃ କାମ କରିବ ୪ଟି ମେସିନ୍ । ଟିକେଟର ବାରକୋଡକୁ ଏହି ମେସିନର କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ବିବରଣୀ ଜାଣିବ । ଉକ୍ତ ବ୍ୟକ୍ତିଙ୍କର ଥର୍ମାଲ ସ୍କ୍ରିନିଂ କରିବ ମେସିନ । ବ୍ୟକ୍ତି ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍ ଫ୍ରି ସିଷ୍ଟମ । ଏଥିପାଇଁ ପିପିଏଲ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ କରୋନା ସଙ୍କ୍ରମଣରୁ ସୁରକ୍ଷିତ ରହିବେ ।

LEAVE A REPLY

Please enter your comment!
Please enter your name here