ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ, ଅହିଂସାର ମୂର୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀ । ଆଜି ସେହି ମହାନ୍ ପୁରୁଷ ବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ପୁଣି ଥରେ ମାନସପଟରେ ତରଙ୍ଗାୟିତ ହୋଇଛି ସେ ଛାଡି ଯାଇଥିବା ଅଭୁଲା ସ୍ମୃତି | ସମଗ୍ର ଭାରତ ବର୍ଷ ଆଜି ତାଙ୍କ ସ୍ମୃତି ଚାରଣା କରିଛି | ବିଧାନସଭା ପରିସରରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି, ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ | ଏମାନଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଯୋଗ ଦେଇଛନ୍ତି | ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହା ସହ ବାପୁଙ୍କ ସ୍ମୃତିଚାରଣ କରାଯିବା ସହ ରଘୁପତି ରାଘବ ରାଜାରାମ ସଂଗୀତ ପରିବେଷଣ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here