ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର । ୭ଟି ରାଜ୍ୟରେ ଡାକ୍ତରଙ୍କ ରହିଛନ୍ତି ୧୪ଜଣ ସ୍ତ୍ରୀ । ଅଭିଯୁକ୍ତ ଜଣଙ୍କ ହେଲେ ବିଦୁ ପ୍ରକାଶ ସ୍ବାଇଁ ପ୍ରସାଦ । ବିବାହ ନାଁରେ ସେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଠକେଇ ଅଭିଯୋଗରେ ନକଲି ଡାକ୍ତରଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ନକଲି ଡାକ୍ତରଙ୍କୁ ଗିରଫ କରିବା ପରେ ଡିସିପି ଦେଇଥିବା ସୂଚନା ଅନୁଯାୟୀ, ବିଭିନ୍ନ ସମୟରେ ନିଜକୁ ଜଣେ ଉଚ୍ଚପଦସ୍ଥ ଅଧିକାରୀର ପରିଚୟ ଦେଇ ରମେଶ ସ୍ବାଇଁ ଠକି ଆସୁଥିଲେ । 1982ରେ ସେ ପ୍ରଥମ ବିବାହ କରିଥିଲେ ଏବଂ ପ୍ରଥମ ପତ୍ନୀଙ୍କର 5ଟି ସନ୍ତାନ ରହିଛି । ତେବେ ପ୍ରଥମ ବିବାହର କୋଡିଏ ବର୍ଷ ପରେ ଅର୍ଥାତ 2002ରେ ସେ ଦ୍ବିତୀୟ ବିବାହ କରିଥିଲେ । 2002ରୁ 2019 ଭିତରେ ସେ 13 ଜଣ ଝିଅଙ୍କୁ ବିବାହ କରିଥିଲେ । ମାଟ୍ରିମୋନିଆଲ ସାଇଟରେ ସେ ନିଜକୁ ଜଣେ ପଦସ୍ଥ ଅଧିକାରୀର ପରିଚୟ ଦେଇ ଯୁବତୀମାନଙ୍କୁ ଫସାଉଥିଲେ । ବିଶେଷକରି ସେ ଏକୁଟିଆ ଓ ମଧ୍ୟବୟସ୍କା ଝିଅଙ୍କୁ ଟାର୍ଗେଟ କରୁଥିଲେ । କୋଲକତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଗୋଆହାଟୀ, ଭୁବନେଶ୍ୱର ଭଳି ସହରରୁ ସେ ଝିଅମାନଙ୍କୁ ବାହା ହେବା ପରେ ସେମାନଙ୍କୁ ଅଲଗା ଅଲଗା ରଖୁଥିଲେ । ସମସ୍ତଙ୍କୁ ଅଲଗା ପରିଚୟ ଦେଇ ବାହା ହେଉଥିଲେ ହେଁ ଟଙ୍କା ଲୁଟିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୋଲିସ ରସିକିଆ ନକଲି ଡାକ୍ତରଙ୍କୁ ଗିରଫ କରିବା ପରେ ତାଙ୍କର 9 ଜଣ ପତ୍ନୀଙ୍କ ସହ ଯୋଗାଯୋଗ କରିଛି । ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

LEAVE A REPLY

Please enter your comment!
Please enter your name here