ଉଦ୍ଧାର ହେଲା ୧୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା । ଆଜି ସକାଳୁ ଜଣଙ୍କ ଘର ଭିତରୁ ଉଦ୍ଧାର ହୋଇଛି ୧୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପଣ୍ଡୁରାବାଡିର ଗାଁରେ ଜଣଙ୍କ ଘରୁ ଏହି କିଙ୍ଗ୍ କୋବ୍ରାକୁ ଉଦ୍ଧାର କରାଯାଇଛି । ସୁଚନାଅନୁସାରେ, ଆଜି ସକାଳେ ପରିବାର ଲୋକ ଏହି ବିରାଟ କିଙ୍ଗ କୋବ୍ରାକୁ ଦେଖି ଭୟଭୀତ ହୋଇପଡିଥିଲେ । ପରେ ସ୍ନେକ ହେଲ୍ପଲାଇନକୁ ଫୋନ କରିଥିଲେ । ସୁଚନା ପାଇବା ପରେ ସ୍ନେକ ହେଲ୍ପ ଲାଇନର ଏକ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ସାପଟିକୁ କାବୁ କରିଥିଲେ । ପରେ ସାପଟିକୁ ଚାଙ୍ଗୁଡେଇ ଫରେଷ୍ଟରେ ଛଡା ଯାଇଥିଲା ।

LEAVE A REPLY

Please enter your comment!
Please enter your name here