ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ୫୯ ନମ୍ବର ଜାତୀୟ ରାଜପଥରେ ଟ୍ରକଟି ଚଣ୍ଡିଗଡପଟୁ କୋଲକାତା ଯାଉଥିବାବେଳେ ଆଜି ସକାଳୁ ରାସ୍ତା ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକେ , ପୋଲିସ ଓ ଦମକଳବାହିନୀ ପହଁଞ୍ଚି ଟ୍ରକରେ ଥିବା କର୍ମଚାରୀମାନଙ୍କୁ ଉଦ୍ଧାର କରିଛନ୍ତି । ଟ୍ରକରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲୁହା ବୋଝେଇ ଟ୍ରକଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ କୌଣସି ପରିଚୟ ମିଳିପାରି ନଥିବାବେଳେ ଗୁରୁତରଙ୍କ ପରିଚୟ ମିଳିଛି। ଗୁରୁତରଙ୍କ ନାଁ ଦିଲୀପ କୁମାର ଦାସ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here