ଚାହୁଁ ଚାହୁଁ ଶେଷ ହୋଇଛି ପ୍ରଥମ , ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ ଯାଜପୁର ଲୋକସଭା ଆସନରେ ମତଦାନ ହେବ । ଏଥିପାଇଁ ସମସ୍ତ ଦଳଗୁଡ଼ିକ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା । ଯେଉଁଠାରେ ବିଜେପିର ବୈଜୟନ୍ତ ପଣ୍ଡା ଓ ବିଜେଡ଼ିର ଅନୁଭବ ମହାନ୍ତି ଫୋକସ୍‌ରେ ରହିଛନ୍ତି । ସେପଟେ ବାଲେଶ୍ୱରରୁ ଲଢ଼ୁଛନ୍ତି ପ୍ରତାପ ଷଡ଼ଙ୍ଗୀ । ବିଜେପି ବାଜିମାତ କରିବାକୁ ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ପ୍ରଚାର ମଇଦାନକୁ ପଠାଉଛି । ଏହି କ୍ରମରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଗସ୍ତରେ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here