ରାଜ୍ୟରେ ଆଉ 36ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି I ଖୁବଶୀଘ୍ର ଏହି ନୂଆ ଥାନା ଖୋଲାଯିବ ଏବଂ ଏଥିପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯିବ I ନୂଆ ଥାନା କାର୍ଯ୍ୟକ୍ଷମ ପାଇଁ 563ଟି ପଦବୀ ସୃଷ୍ଟି କରାଯିବ I ଖୁବଶୀଘ୍ର ନୂଆଥାନା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I 36ଟି ନୂଆଥାନା ଭିତରୁ ଭୁବନେଶ୍ବରର ମୈତ୍ରୀ ବିହାରରେ ଏକ ଥାନା ଖୋଲିବାକୁ ନିଷ୍ପତ୍ତି ହୋଇଛି I
ବାଲେଶ୍ବର ଜିଲ୍ଲା ଗୋପାଳପୁର ଓ ଅନନ୍ତପୁର, ଅନୁଗୁଳ ଜିଲ୍ଲାର ବାଗେଡିଆ ଓ ଗୋପାଳପ୍ରସାଦ, ବ୍ରହ୍ମପୁରର ନିମଖଣ୍ଡି, ବରଗଡ ଜିଲ୍ଲାରେ ଗ୍ରାମାଞ୍ଚଳ ଥାନା, ବୌଦ୍ଧର ଘଣ୍ଟପଡାରେ ନୂଆ ଥାନା ଖୋଲାଯିବ I
ଜଗତସିଂହପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା, ଦଶରଥପୁରରେ ନୂଆ ଥାନା ଖୋଲିବ I
ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ସମ୍ବଲପୁର ଜିଲ୍ଲାର ବରେଇପାଲି, ବଲାଙ୍ଗୀରର ବାଗଲପୁର ଓ ଲକ୍ଷ୍ମୀଜୋର, ଗଂଜାମର ବେଗୁନିଆପଡା ଓ କୋଟିନଡା , କୋରାପୁଟ ଜିଲ୍ଲାର ସୁଙ୍କି, ରାୟଗଡାର ରାମନ୍ନାଗୁଡା, ସୋନପୁରର ଲଛିପୁର, ପୁରୀ ଜିଲ୍ଲାର ଚାରିଛକ, କଟକ ଜିଲ୍ଲାର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବରରେ ହେବ ନୂଆ ଥାନା I

LEAVE A REPLY

Please enter your comment!
Please enter your name here