ମାଲକାନଗିରିରେ ଚାଞ୍ଚଲ୍ୟ । ପାରିବାରିକ ବିବାଦର ସମାଧାନ ପାଇଁ ଗାଁରେ ସଭା ଚାଲିଥିବାବେଳେ ଉନ୍ମତ ଯୁକର ଛୁରିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହାତ ହୋଇଛନ୍ତି । ଏ ଜଘନ୍ୟ କାଣ୍ଡ ଘଟାଇଛି କାଲିମେଳା ଏମଭି ୩୩ ଗାଁର ବିଧାନ ମିର୍ଦ୍ଧା । ବିଧାନର ଛୁରିମାଡରେ ମାଧବୀ ରାୟ ଓ ବିଶ୍ୱଜିତ୍ ରାୟଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ କାଲିମେଳା ଓ ମାଳକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯେ୍ଧଜ୍ଞ ଅନୁସାରେ ବିଧାନ ବିବାହିତ ହୋଇଥିବାବେଳେ ର୍ଗାରେ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା । ଏହାର ସମାଧାନ ପାଇଁ ଗାଁରେ ବୁଦ୍ଧିଜୀବିଙ୍କୁ ନେଇ ଗ୍ରାମସଭା ବସିଥିଲା । ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ଛୁରି ଧରି ଜଣଙ୍କ ପରେ ଜଣଙ୍କୁ ଆକ୍ରମଣ କରିଥିଲେ ବିଧାନ । ଉପସ୍ଥିତ ଲୋକେ ବିଧାନକୁ କାବୁ କରି ବାନ୍ଧିଥିଲେ । ପରେ ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବିଧାନକୁ ଥାନାକୁ ନେଇ ତଦନ୍ତ ଚଳାଇଛି ।