ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷା ଫଳ । ୨୪ ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଟପ୍ପର ତାଲିକାରେ ତେଲେଙ୍ଗାନାର ୮ ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଦିଲ୍ଲୀରୁ ୫ ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି । ରାଜସ୍ଥାନରୁ ୪, ଆନ୍ଧ୍ରପ୍ରଦେଶରୁ ୩, ହରିୟାଣାରୁ ୨, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ପରିକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଜେଇଇ ମେନ୍ ପାଇଁ ୮ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ଅର୍ଥାତ୍ ୭୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାସ ଟପ୍ପର ତାଲିକାର ୨୪ ନମ୍ବରରେ ରହିଛନ୍ତି । ସେ ୯୯ .୯୯ ପ୍ରତିଶତ ମାର୍କ ରଖିଛନ୍ତି । ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ହୋଇଥିଲା । ପରୀକ୍ଷା ସରିବାର ମାତ୍ର ୪ ଦିନ ପରେ ରେଜଲ୍ଟ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here