ରାଜ୍ୟରେ ଆଉ ଦୁଇଟି ଜୀବନ ନେଇଛି କରୋନା । ଉଭୟ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଆଉ ଏହି ଦୁଇଜଣ ମହିଳା ହୋଇଥିବା ସୂଚନା ମିୂଳୁଛି । ଜଣଙ୍କର ବୟସ ୪୮ ବର୍ଷ ହୋଇଥିବାବେଳେ ଦ୍ୱିତୀୟ ମୃତକ ବି ମହିଳା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦ୍ୱିତୀୟ ମୃତକ ଜଣକ କିଡନୀ ରୋଗରେ ପୀଡିତ ଥିଲେ । ଗଞ୍ଜାମର ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୫ରେ ପହଁଞ୍ଚିଛି । କେବଳ ଗଞ୍ଜାମରେ ଏହି ସଂଖ୍ୟା ୧୪ରେ ପହଁଞ୍ଚିଛି । ସେହିପରି ରାଜ୍ୟରେ ଆଜି ଆଉ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୯୨ ଏବଂ ୧୪ଟି ଲୋକାଲ କେସ୍ ରହିଛି । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୭୦୬୫ରେ ପହଁଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୯୪୬ ଜଣ ସୁସ୍ଥ ହୋଇଥିବାବେଳେ ୨୦୮୭ଟି ଆକ୍ଟିଭ୍ କେସ୍ ରହିଛି । ମାଲକାନଗିରିରୁ ସର୍ବାଧିକ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଯାଜପୁରରୁ ୨୮, କୋରାପୁଟରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଓ ଜଗତସିଂହପୁରରୁ ୧୭ ଜଣ ଲେଖାଏଁ , ବଲାଙ୍ଗୀରରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୧୫, ଖୋର୍ଦ୍ଧ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଓ ଅନୁଗୁଳରୁ ୬ ଜଣ ଲେଖାଏଁ ଏବଂ ବାଲେଶ୍ୱରରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ , ଭଦ୍ରକରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ , ଝାରସୁଗୁଡାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here