ଛାତ୍ରୀଙ୍କ ମେଧାକୁ ଡରିଗଲେ କି ସ୍କୁଲ ଶିକ୍ଷକ । ସେମାନଙ୍କ ପାଖରେ ଟ୍ୟୁସନ ନହେବାରୁ ରାଗିଗଲେ କି ଶିକ୍ଷକ । ଜଣେ ଛାତ୍ରୀ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରୁ, ଏକଥା କଣ ଚାହୁଁ ନଥିଲେ ଶିକ୍ଷକ । ସେଥିପାଇଁ ଲୋକ ଲଗାଇ ପୋଡିଦେଲେ କି ଛାତ୍ରୀଙ୍କ ସମସ୍ତ ଖାତା ଓ ବହି ପତ୍ର । ଏମିତି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ଗାଁରୁ । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀ ପୁଲକ ପ୍ରସାଦଙ୍କ ବାପା ମା ଘରେ ନଥିବାବେଳେ ୩ ଜଣ ଦୁବୃର୍ତ୍ତ ଘରେ ପଶି ଛାତ୍ରୀଙ୍କ ବେକରେ ଛୁରି ଲଗାଇ ତାଙ୍କର ସମସ୍ତ ବହିଖାତା ପୋଡି ଦେଇଛନ୍ତି । ସେ ପାଇଥିବା ବିଭିନ୍ନ ଟ୍ରଫି ବି ଭାଙ୍ଗିଦେଇଛନ୍ତି । ବୋର୍ଡ ପରୀକ୍ଷା ନଦେଇ ଓଡିଶା ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ସେମାନେ । ବୋର୍ଡ ପରୀକ୍ଷାକୁ ଆଉ ମାତ୍ର କେଇ ଦିନ ବାକି ଥିବାବେଳେ ଏଭଳି ଘଟଣାକୁ ନେଇ ଚିନ୍ତାରେ ପୁଲକଙ୍କ ପରିବାର ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏସମସ୍ତ ଘଟଣା ପାଇଁ ସ୍କୁଲ ଶିକ୍ଷକଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ବାପାମା । ପୁଲକଙ୍କୁ ତାଙ୍କ ପାଖରେ ଟ୍ୟୁସନ ପଢାଇବାକୁ ଗତ ଦୁଇତିନି ବର୍ଷ ହେଲା ବାଧ୍ୟ କରିଆସୁଥିଲେ କିଛି ଶିକ୍ଷକ । ଏପରିକି ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ । ମାତ୍ର ସେମାନଙ୍କ ପାଖରେ ଟ୍ୟୁସନ ନପଢି ଛାତ୍ରୀ ଜଣକ କାଳେ ଭଲ ନମ୍ବର ରଖିବ ସେହି ଭୟରେ ସେମାନେ ଏଭଳି କରିଥିବା ଅଭିଯୋଗ କରିଛନ୍ତି ପୁଲକଙ୍କ ବାପା । ଏନେଇ ଚାନ୍ଦିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here