ଅପରାଜିତା ନିଖୋଜ । ଅପରାଜିତା ଏମିତି ସେମିତି ଅଜଣା ଲୋକ ନୁହେଁ, ଭୁବନେଶ୍ବରର ଲୋକସଭା ସାଂସଦ । ବରିଷ୍ଠ ବିଜେପି ନେତ୍ରୀ । ମାତ୍ର ଭୁବନେଶ୍ବର ସହରରେ ଅପରାଜିତା ନିଖୋଜ ନାଁରେ ପୋଷ୍ଟର ଲଗାଯାଇଛି । ପ୍ରଶ୍ନ ଉଠୁଛି, ଅପରାଜିତା ନିଖୋଜ ବୋଲି ଏମିତି ପୋଷ୍ଟର ଲଗାଇଲା କିଏ ? ଏଭଳି ପୋଷ୍ଟର ଲଗାଇବାର କାରଣ କଣ ?
ଗତ କିଛିଦିନ ଧରି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଅପରାଜିତାଙ୍କୁ ଦେଖିବାକୁ ମିଳୁନି । ଯେମିତିକି, ପୁରୀ ଶ୍ରୀମନ୍ଦିର ପାଇଁ ବାଇ ଲ ପ୍ରସଙ୍ଗକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ତୁମ୍ବିତୋଫାନ ହେଉଥିବା ବେଳେ ଅପରାଜିତାଙ୍କ ସ୍ବର ଶୁଣିବାକୁ ମିଳିନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପି ସାଂସଦମାନେ ଏକଜୁଟ ହୋଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିବା ବେଳେ ଅପରାଜିତା ସେଠାରେ ଉପସ୍ଥିତ ନ ଥିଲେ । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇଲକୁ ନେଇ ହଟଚମଟ ଆରମ୍ଭ ହୋଇଥିବା ବେଳେ ଅପରାଜିତା ଚୁପ୍ ଅଛନ୍ତି । କୋଟିଆ ପ୍ରସଙ୍ଗରେ ବି ଅପରାଜିତାଙ୍କ ସ୍ବର ଶବ୍ଦ ଶୁଭାଯାଉନି । ଏହା ପୂର୍ବରୁ ପରୀ ପ୍ରସଙ୍ଗରେ ଅପରାଜିତା ପଛରେ ଥିଲେ । ଅର୍ଥାତ ଏମିତି ଚିତ୍ର ସ୍ପଷ୍ଟ କରୁଛି, ରାଜ୍ୟ ବିଜେପି ସଂଗଠନ ସାଙ୍ଗରେ କୋଉଠି ନା କୋଉଠି ଅପରାଜିତାଙ୍କ ମେଳ ଖାଉନି । ରାଜ୍ୟ ବିଜେପିରେ ଦୁଇ ଗୋଷ୍ଠୀ ଭିତରେ ଟକରାଟକରି ଚାଲିଛି । ଆଉ ଏହାର ପରିଣାମ ହେଉଛି, ଅପରାଜିତା ନିଖୋଜ ପୋଷ୍ଟର ।

LEAVE A REPLY

Please enter your comment!
Please enter your name here