ଶୁକ୍ରବାର ରାୟଗଡା ଜିଲ୍ଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପରିକ ନାଚ ଗୀତ ସହିତ ଅନୁଷ୍ଠିତ ହୋଇଛି ଏହି ଦିବସ । ଏହି ଦିବସ ଉପଲକ୍ଷେ ମଝିଘରିଆଣି ମନ୍ଦିରରୁ ପାରମ୍ପରିକ ନାଚଗୀତ ସହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଆଦିବାସୀ । ଏହାପରେ ସ୍ଥାନୀୟ ରେଳବାଇ ଅଭିନନ୍ଦନ  ହଲରେ ବିରାଟ ସମାବେଶ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏବଂ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ବହୁ ଆଦିବାସୀ ନେତା ଯୋଗ ଦେଇଥିଲେ । ଏହି ସମାବେଶରେ ଆଦିବାସୀ ମାନଙ୍କ ବିଭିନ୍ନ ପରମ୍ପରା ଓ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here