ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ବର୍ତମାନ ସ୍ଥିର ରହିଛି । ତାଙ୍କୁ ଶୁକ୍ରବାର ଦିଲ୍ଲୀ ଏମସରେ ଭର୍ତି କରାଯାଇଥିଲା । ସେ ଏବେ ଆଇସିୟୁରେ ଅଛନ୍ତି । ତାଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବା ଜଣାପଡିଛି । ଆଜି ଜେଟଲୀଙ୍କ ସ୍ଥିତି ଜାଣିବା ପାଇଁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏମସରେ ପହଁଚିଥିଲେ । ସେ ସକାଳ ସାଢେ ୭ଟାରେ ଜେଟଲୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରୁଥିଲେ । ୬୬ ବର୍ଷିୟ ଜେଟଲୀ ଗତକାଲି ଶ୍ୱାସକ୍ରିୟା କରିବା ବେଳେ କଷ୍ଟ ଅନୂଭବ କରିଥିଲେ । ପରେ ତାଙ୍କୁ ମେଡିକାଲରେ ପରୀକ୍ଷା କରାଯାଇ ଆଇସିୟୁରେ ଭର୍ତି କରାଯାଇଥିଲା । ଏମ୍ସ ପକ୍ଷରୁ ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here