ଚିତ୍ରକୋଣ୍ଡାର ମାଓନେତା ତଥା ଗାଳିକୋଣ୍ଡା ମାଓସଙ୍ଗଠନର ସମ୍ପାଦକ ନବୀନଙ୍କୁ ମାଓ ସଙ୍ଗଠନରୁ ବହିଷ୍କାର କରାଯାଇଛି । ଏନେଇ ଆନ୍ଧ୍ର ଓଡିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି । ଦଳ ବିରୋଧୀ ଆଚରଣ ଏବଂ ଆଦିବାସୀ ମହିଳାଙ୍କ ସହ ଅସଦାଚରଣରୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଜିଦ୍ ଖୋର ମନଭାବ ଯୋଗୁଁ ବିଚ୍ଛିନ୍ନାଞ୍ଚଳରେ ଆଦିବାସୀମାନେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ସମର୍ଥନ ବନ୍ଦ କରିଦେଇଥିଲେ । ଫଳରେ ନବୀନଙ୍କୁ ମାଓ ଦଳରୁ ବହିଷ୍କାର ସଙ୍ଗଠନ ପକ୍ଷରୁ କରାଯାଇଛି । ତେବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବହୁ ମାଓ ହିଂସା କାର୍ଯ୍ୟକଳାପରେ ନବୀନର ସମ୍ପୃକ୍ତି ଥିଲା । ତା ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here