ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପିନାଥ ମହାନ୍ତିକୁ ଗିରଫ କରିଛି ପୋଲିସ. ସୋମବାର ରାତିରେ ଭଦ୍ରକ ପୋଲିସ ଗୋପିନାଥକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଲରୁ ଗିରଫ କରିଛି. ଗୋପିନାଥର ବୟାନ ଅନୁସାରେ ପୋଲିସ ନିଖୋଜ ଥିବା ରବିନ୍ଦ୍ର ବେହୁରିଆଙ୍କ ମୃତଦେହକୁ ଏକ ନାଳରୁ ଉଦ୍ଧାର କରିଛି. ଝିଅକୁ ଦୁଷ୍କର୍ମ ଓ ତା ବାପା, ମାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ.

ରବିନ୍ଦ୍ର ବେହୁରିଆ ଓ ତାଙ୍କ ପତ୍ନୀ ଗୋପିନାଥ ଘରେ ସବୁ କଥାରେ ହସ୍ତକ୍ଷେପ କରିବା ସହ ଗୋପିନାଥର ମା ଉପରେ ଅତ୍ୟାଚାର କରୁଥିବାରୁ ସେ ଦୁହିଁଙ୍କୁ ହତ୍ୟା କରିବା ପାଇଁ ମନସ୍ଥ କରିଥିବା ଗଣମାଧ୍ୟମ ଆଗରେ କହିଥିଲା ଅଭିଯୁକ୍ତ.

ଗତ 29 ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳ ସିଠା ଗାଁ ରେ ଘଟିଥିଲା ଏହି ଅଭାବନୀୟ ଘଟଣା. ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା.

 

 

 

LEAVE A REPLY

Please enter your comment!
Please enter your name here